ଅକ୍ଟୋବର ୨୩ ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ଅକ୍ଟୋବର ୨୩ ତାରିଖରେ ଓଡ଼ିଶାକୁ ଆସିବେ ଓ ୨୪ ରେ ପୁରୀ ଯିବେ। ରାଷ୍ଟ୍ରପତି ମୁର୍ମୁ ପୁରୀରେ ଥିବା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତି ମୁର୍ମୁ ଦିନ ସାଢ଼େ ୧୨.୧୦ ମିନିଟରୁ ୧ ଘଣ୍ଟା ପର୍ଯନ୍ତ ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ।