ଶୁଖିଲା ବୃକ୍ଷ ପଡି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ବିହାରୀ ଭାଟି ଛକ ଠାରୁ ନାକାମୁଣ୍ଡା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ଶୁଖିଲା ବୃକ୍ଷ ପଡି ରାସ୍ତା ଅବରୋଧ ହୋଇଛି। ଏହି ବୃକ୍ଷ ଆଜିକୁ ୨ ସପ୍ତାହ ରୁ ଉର୍ଦ୍ଧ୍ବ ସମୟ ଧରି ପଡି ରହିଥିବା ବେଳେ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବୃକ୍ଷ ପଡିବା ଦ୍ୱାରା ୪ ଚକିଆ ଯାନ ଉକ୍ତ ରାସ୍ତା ଦେଇ ଯିବା ସମ୍ଭବପର ହୋଇପାରୁନାହିଁ। କୌଣସି ଜରୁରୀକାଳୀନ ସେବା କିମ୍ବା ଆମ୍ବୁଲାନ୍ସ ସେବା ପାଇଁ ଚାରି ଚକିଆ ଯାନ ଟି ଗ୍ରାମକୁ ଯିବା ସମ୍ଭବ ହେଉନାହିଁ। ତେଣୁ ତୁରନ୍ତ ଏହି ବୃକ୍ଷ କୁ କାଟି ରାସ୍ତା ସଫା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।