ବିକଟାଳ ବାଜିଲେ ଡିଜେ ହେବ ସିଜ୍: ଭୁବନେଶ୍ୱର ଡିସିପି
ଭୁବନେଶ୍ୱର: ଭୁବନେଶ୍ବର ଦୁର୍ଗା ପୂଜା ଭସାଣକୁ ନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ଯେ ଭସାଣରେ କମ୍ ସାଉଣ୍ଡ୍ରେ ଡିଜେ ବଜାଇ ପାରିବେ ପୂଜା କମିଟି। ହାଇକୋର୍ଟ ଅନୁମତି ମୁତାବକ ୬୫ ଡେସିବେଲ୍ ପର୍ଯ୍ୟନ୍ତ ବଜାଇ ପାରିବେ। ତା ଠାରୁ ଅଧିକ ବଜାଇଲେ, ବିକଟାଳ ସାଉଣ୍ଡ୍ କଲେ ଡିଜେ ସିଜ୍ ହେବ।