ଡ଼ ନାରାୟଣ ମହାପାତ୍ର ଡ଼ ଅବଦୁଲ କଲାମ ଇଣ୍ଡିଆନ ଆଇକନ ଆୱାର୍ଡ ରେ ସମ୍ମାନୀତ
ଭୁବନେଶ୍ୱର: ସାମାଜ ସେବା ନିମନ୍ତେ ଡ ନାରାୟଣ ମହାପାତ୍ର ଡ଼ ଅବଦୁଲ କଲାମ ଇଣ୍ଡିଆନ ଆଇକନ ଆୱାର୍ଡ ରେ ସମ୍ମାନୀତ କରାଯାଇଛି। ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ର ଡ଼ ଅବଦୁଲ କଲାମ ଇଣ୍ଡିଆନ ଆଇକନ ଆୱାର୍ଡ ରେ ରେ ସମ୍ଵର୍ଦ୍ଧିତ ହୋଇଛନ୍ତି । ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟିବା,ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ଏହି ସମ୍ମାନ ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ,ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ବୋଲି କହିଲେ ଡ଼ ନାରାୟଣ ମହାପାତ୍ର।