୩ ବର୍ଷ ପରେ ମିଶନ୍ ଆଶାଲୋକ ରୁ ସୁସ୍ଥ ହୋଇ ଝାଡ଼ଖଣ୍ଡ ଫେରିଲେ ଗୋବିନ୍ଦ ମାଂଝୀ।

Nov 20, 2024 - 22:20
 19
୩ ବର୍ଷ ପରେ ମିଶନ୍ ଆଶାଲୋକ  ରୁ ସୁସ୍ଥ ହୋଇ ଝାଡ଼ଖଣ୍ଡ ଫେରିଲେ ଗୋବିନ୍ଦ ମାଂଝୀ।

ଝାରସୁଗୁଡା, ତା ୨୦/୧୧/୨୪: ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ପିପୂଲ୍ସ୍ ଫୋରମ୍ ଦ୍ବାରା ପରିଚାଳିତ ରଜପୁର୍ କଟାପାଲି ସ୍ଥିତ ମିଶନ ଆଶାଲୋକ୍ ରୁ ଗୋବିନ୍ଦା ନାମକ ଜଣେ ଅନ୍ତେବାସୀ ୩ ବର୍ଷ ପରେ ସୁସ୍ଥ ହୋଇ ନିଜ ଘର ଲୋକ ଙ୍କ ପାଖକୁ ଫେରିପାରିଛନ୍ତି। 
୩ ବର୍ଷ ତଳେ ଗୋବିନ୍ଦା ମାଂଝୀ ଙ୍କୁ ମିଶନ ଅଶାଲୋକ ର ଉଦ୍ଧାରକାରୀ ଦଳ ଙ୍କ ଦ୍ଵାରା ଝାରସୁଗୁଡ଼ା କଲେକ୍ଟର ଅଫିସ ନିକଟ ରୁ ଉଦ୍ଧାର କରାଯାଇଥିଲା। ଅନୁଷ୍ଠାନ ର କର୍ମଚାରୀ ମାନଙ୍କ ଦ୍ଵାରା ସେବା, ଯତ୍ନ, ନିୟମିତ ଔଷଧ ଓ ବିଭିନ୍ନ ପ୍ରକାର କାଉନସେଲିଂ ମାଧ୍ୟମ ରେ ଗୋବିନ୍ଦା ର ମାନସିକ ସ୍ଥିତି ରେ ସୁଧାର ଆସିଥିଲା। ସୁସ୍ଥ ହେବା ପରେ ନିଜର ଘରର ଠିକଣା ଅନୁଷ୍ଠାନର ର କର୍ମଚାରୀ ଙ୍କୁ ଜଣାଇ ଥିଲେ। ମିଶନ ଆଶଲୋକ ର କର୍ମଚାରୀ ମାନେ ସେ କହିଥିବା ଠିକଣା କୁ ଖୋଜିବାରେ ଲାଗି ପଡ଼ିଥିଲେ। ବହୁତ ଦିନ ର ଚେଷ୍ଟା ପରେ ଗୋବିନ୍ଦା ର ଘର ଝାଡ଼ଖଣ୍ଡ ର ଦେଓଗଡ଼ ଜିଲ୍ଲା ର ମିଶର ଜାମୁଆ ଗ୍ରାମ ର ବୋଲି ଜଣା ପଡିଥିଲା।  ଅନୁଷ୍ଠାନର କର୍ମଚାରୀ ମାନେ  ଗୁଗଲ ମ୍ୟାପ ସାହାଯ୍ୟ ରେ ସେ କହିଥିବା ଠିକଣା ଦ୍ବାରା ନିକଟସ୍ଥ ଦୋକାନ ର ଫୋନ ନମ୍ବର ପାଇଥିଲେ।

ସେହି ଫୋନ ନମ୍ବର ସାହାଯ୍ୟ ରେ କର୍ମଚାରୀ ମାନେ ତାଙ୍କ ଘର ଲୋକ ଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଭିଡିଓ କଲ୍ ଦ୍ବାରା ଗୋବିନ୍ଦା ତାଙ୍କ ଘର ଲୋକ ଙ୍କ ସହ କଥା ମଧ୍ୟ ହୋଇଥିଲା।
ପାରିବାର ଲୋକ ଙ୍କ କହିବା ଅନୁଯାଇ ସେ ଦୀର୍ଘ ଦିନ ଧରି ମାନସିକ ରୋଗ ରେ ପୀଡିତ ଥିଲା ଓ ଡକ୍ଟର ଦେଖେଇ ମେଡ଼ିସିନ ମଧ୍ୟ ଖାଉଥିଲେ। ସେଥି ପାଇଁ ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ପଳାଇ ଯାଇଥିଲା। ବହୁତ ଦିନ ପରେ ତାଙ୍କ ଘର ଲୋକ ଙ୍କୁ ପାଖରେ ପାଇ ଗୋବିନ୍ଦା ଖୁସି ରେ ଆତ୍ମବିଭୋର ହୋଇଯାଇଥିଲେ। ଏଠାରେ ପ୍ରକାଶ ଥାଉ କି ଖବର ପାଇ ଗୋବିନ୍ଦା ର ବାପା, ଭାଇ ଏବଂ ଗୋବିନ୍ଦା କୁ ହାଇ ସ୍କୁଲ ରେ ପାଠ ପଢ଼ାଉଥିବା ଶିକ୍ଷକ ମଧ୍ୟ ତାଙ୍କ ଘର ଲୋକ ଙ୍କ ସହ ଆସି ଆଶାଲୋକ୍ ପରିଶର ରେ ପହଞ୍ଚି ଗୋବିନ୍ଦା ର ସ୍ଥିତି ବିଷୟରେ କର୍ମଚାରୀ ଙ୍କୁ ପଚାରି ବୁଝିଥିଲେ। ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ଙ୍କ ଉପସ୍ଥିତ ରେ ଗୋବିନ୍ଦା କୁ ଭାବ ବିହ୍ୱଳ ପରିବେଶ ରେ ତାଙ୍କ ପରିବାର ସହ ବିଦାୟ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅନ୍ୟ ଅନ୍ତେବାସୀ ମାନେ ନିରିଖେଇ ଦେଖୁଥିଲେ ଏବଂ ବ୍ୟତିବ୍ୟସ୍ତ ହୋଇ କେହି କେହି ଅନ୍ତେବାସୀ  କର୍ମଚାୀମାନଙ୍କୁ ପଚାରୁଥିଲେ "ଆମେ କେବେ ଘରକୁ ଯିବୁ"।