୨ ବାଘ ଛାଲ ଜବତ ସହ ଜଣେ ଗିରଫ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜିମିଳିପେଟା ପ୍ରେମନଗର ଅଞ୍ଚଳର ରେଡି କୌଶଲ୍ୟ। କଟକ ବନ ବିଭାଗ ଭିଜିଲାନ୍ସର ୮ ଜଣିଆ ଟିମ୍ର ଚଢ଼ଉ କରି ଗିରଫ କରିଥିବା ସୂଚନା। ଏକ ଲଜ୍ରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଧରିଲା ଭିଜିଲାନ୍ସ ।