୧୯ ତମ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଭଗବାନପୁର ସ୍ପୋର୍ଟ ଆଣ୍ଡ କଲ୍ଚରାଲ ଆସୋସିଏସନ ଟ୍ରଷ୍ଟ ଆନୁକୂଲ୍ୟରେ ଉଦଘାଟିତ

Dec 17, 2024 - 20:39
 5
୧୯ ତମ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଭଗବାନପୁର ସ୍ପୋର୍ଟ ଆଣ୍ଡ କଲ୍ଚରାଲ ଆସୋସିଏସନ ଟ୍ରଷ୍ଟ ଆନୁକୂଲ୍ୟରେ ଉଦଘାଟିତ

ଭୁବନେଶ୍ୱର: ୧୯ ତମ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଭଗବାନପୁର ସ୍ପୋର୍ଟ ଆଣ୍ଡ କଲ୍ଚରାଲ ଆସୋସିଏସନ ଟ୍ରଷ୍ଟ ଆନୁକୂଲ୍ୟରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଭଗବାନପୁର ମିନି ଷ୍ଟାଡିୟମରେ ଉଦଘାଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ସୁରେଶ ରାଉତରାୟ, ରଶ୍ମି ରଞ୍ଜନ ପାଟଶାଣୀ, ପ୍ରକାଶ ରଥ, ଦିବାକର ଚମ୍ପତି, ଜାନକୀ ପଟ୍ଟନାୟକ ଉଦଘାଟନ କରିଥିଲେ। ପ୍ରଥମ ଲିଗ୍ ମ୍ୟାଚରେ TCC ତମାଣ୍ଡୋ ୧୫ ଓବାର ୭ ୱିକେଟ୍ ରେ ୧୩୪ ରନ କରିଥିଲେ। ଜବାବରେ କଲ୍ୟାଣପୁର ୧୫ ଓଭରରେ ୮ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା, ୧୦ ରନରେ ତମାଣ୍ଡୋ ଜିତିଥିଲା। ତମାଣ୍ଡୋ ଦଳ ତରଫରୁ ପ୍ରିତମ ଜେନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏବଂ ବାଙ୍କୁଆଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ କରିଥିଲା ୧୪୩ ରନ। କାଇପଦର ଦଳ ୪ ୱିକେଟ୍ କରାଇ ନିର୍ଧାରିତ ଓଭରରେ ମ୍ୟାଚ ଟିକୁ ଜିତିନେଇଥିଲେ। ଦଳ ତରଫରୁ ସୁରେନ୍ଦ୍ର ଚମ୍ପତି ମ୍ୟାନ ଅଫ ଦି ମ୍ୟାଚ ଭାବରେ ବିବେଚିତ ହୋଇଥିଲେ।