ଓଡ଼ିଶାରେ ୧୯ ରୁ ୨୧ ତାରିଖ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ୧୯ ରୁ ୨୧ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା ରହିଛି। ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଲେ ମଧ୍ୟ ଶୀତର ପ୍ରକୋପ ଅଧିକ ରହିବ। ଡିସେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଡ଼ ସରତ ସାହୁ।