୨୭ ବର୍ଷରେ ପଦାର୍ପଣ କଲା ବିଜେଡି
ଭୁବନେଶ୍ୱର: ଆଜି ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜୁ ଜନତା ଦଳ (ବିଜେଡି)। ପଞ୍ଚାୟତ ଠାରୁ ରାଜ୍ୟସ୍ତର ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି। ଭୁବନେଶ୍ୱର ଶଙ୍ଖ ଭବନରେ ଆଜି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀରେ ଆୟୋଜିତ ହେବ ରକ୍ତଦାନ ଶିବିର ଓ ସାଇକେଲ ରାଲି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ କରିବେ ସମାରୋହ।