ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲା ପରିକ୍ରମା ନିମନ୍ତ୍ରଣ

Dec 26, 2023 - 13:12
 11
ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲା ପରିକ୍ରମା ନିମନ୍ତ୍ରଣ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲା ପରିକ୍ରମା ନିମନ୍ତ୍ରଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ ଲିଙ୍ଗରାଜଙ୍କ କରାଗଲା ନିମନ୍ତ୍ରଣ। ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଛି ନିମନ୍ତ୍ରଣ। ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପ୍ରକଳ୍ପ ଲାଗି ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ ଜ୍ୟୋତିଲିଙ୍ଗ, ଦାରୁ ଆସୁଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ।