ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ପୋଲିସ୍ କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Jun 16, 2024 - 00:11
 7
ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ପୋଲିସ୍ କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲୋକଙ୍କୁ ଭଲ ବ୍ୟବହାର କରିବା ପାଇଁ ପୋଲିସ୍ କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ନିରାଶ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପୋଲିସ୍ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ ଅତିଥି ଭବନରେ ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଉପସ୍ଥିତ ଥିଲେ।