ଟ୍ରେନ୍ ରେ ଓଡ଼ିଶା ଆସୁଛି ଆଳୁ: ମନ୍ତ୍ରୀ
ଭୁବନେଶ୍ୱର: ଟ୍ରେନ୍ ରେ ଆସୁଛି ଆଳୁ। ଖୁବ୍ ଶୀଘ୍ର ଏହା ଓଡ଼ିଶା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିବା ଅନୁଯାୟୀ, ଗତକାଲି ଠାରୁ ୨୦ ଟଙ୍କାରେ ମିଳିଛି ଆଳୁ। ନଫେଡ ଜରିଆରେ ଯୋଗାଇ ଦିଆଯିବ ପର୍ଯ୍ୟାପ୍ତ ଆଳୁ। ନାଫେଡ ଜରିଆରେ ପ୍ରତିଦିନ ଦୁଇ ଦୁଇ ଟ୍ରିପ୍ ପିଆଜ ମଧ୍ୟ ଆସିବ। ଯେଉଁ ରାଜ୍ୟରେ କମ୍ ଦାମ୍ ରେ ମିଳିବ, ସେଠାରୁ ଅଣାଯିବ ବୋଲି ପ୍ରକାଶ କଲେ ପାତ୍ର।