ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ମୋଦି

Sep 29, 2024 - 19:49
 6
ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୪ତମ ମନ କି ବାତ୍‌ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି। ମନ କି ବାତ୍‌କୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ଅକ୍ଟୋବର ୩ ତାରିଖକୁ ମନ୍ କି ବାତ୍‌ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବ। ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସ୍ବଚ୍ଛ ଭାରତ ମିଶନ ଅଭିଯାନ ମଧ୍ୟ ୧୦ବର୍ଷ ପୂରଣ ହେବାକୁ ଯାଉଛି। ଆମେରିକା ୩୦୦ କଳାକୃତି ଫେରସ୍ତ କରିଥିବା କହିଲେ ମୋଦି। ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦି। ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଲେ। ସେ ପ୍ରକାଶ କରିଛନ୍ତି ଯେ ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ଗୌରବ ଆଣିଛନ୍ତି। ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି ରାମଜିତ୍। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚିଛି। ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି।