ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

Dec 18, 2024 - 23:28
 8
ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି। ଜାନୁଆରୀ ୬ ତାରିଖରେ ଭୁବନେଶ୍ୱର ଲୋକ ସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ସୂଚନା ପ୍ରଦାନ କରିଛନ୍ତି। ମିଶ୍ର କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରଦାମ ବାଢ଼ିବା ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଲେଣି। ଏହା ନିୟନ୍ତ୍ରଣ ନହେଲେ ବିଜେଡି ପକ୍ଷରୁ ସାରା ଓଡ଼ିଶାରେ ଆନ୍ଦୋଳନ କରାଯିବ। ଡିସେମ୍ବର ୨୬ ରେ ଦଳର ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ ।