ଓଡ଼ିଶାରେ ସୃଷ୍ଟି ହେବ ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ

Jan 4, 2025 - 21:39
 11
ଓଡ଼ିଶାରେ ସୃଷ୍ଟି ହେବ ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ

ଭୁବନେଶ୍ଵର: ଓଡ଼ିଶାରେ ସୃଷ୍ଟି ହେବ ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ପାଇଁ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଗତ ୧୦ ବର୍ଷରେ ଦୁର୍ଘଟଣାରେ ୪୭,୦୦୦ ଜୀବନ ଯାଇଛି। ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୧୫ ହଜାର ଲୋକଙ୍କ ଜୀବନ ଯାଉଛି। ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏଣିକି ବସ୍‌ରେ ଲାଗିବ ସ୍ମାର୍ଟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ । ଏହି ଡିଭାଇସ୍ ପାଇଁ ବସ୍‌ ମାଲିକଙ୍କୁ ସହାୟତା ଦେବେ ରାଜ୍ୟ ସରକାର।