ଜନ ଅଭିଯୋଗ ଶୁଣାଣିରେ ଆଜି ପର୍ଯ୍ୟନ୍ତ ୮୦୩୧ଟି ଅଭିଯୋଗ ଆସିଛି: ମୂଖ୍ୟମନ୍ତ୍ରୀ

Feb 3, 2025 - 21:00
 47
ଜନ ଅଭିଯୋଗ ଶୁଣାଣିରେ ଆଜି ପର୍ଯ୍ୟନ୍ତ ୮୦୩୧ଟି ଅଭିଯୋଗ ଆସିଛି: ମୂଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଜନ ଅଭିଯୋଗ ଶୁଣାଣିରେ ଆଜି ପର୍ଯ୍ୟନ୍ତ ୮୦୩୧ଟି ଅଭିଯୋଗ ଆସିଛି। ଏଥିରୁ ଆଜି ପର୍ଯ୍ୟନ୍ତ ୬୫୪୫ଟି ଅଭିଯୋଗର ସମାଧାନ ହୋଇଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅଭିଯୋଗ ଶୁଣିଲା ପରେ ସଂପୃକ୍ତ ବିଭାଗକୁ ତାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗକାରୀ ପ୍ରଥମେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।