ରେଲୱେରେ ଓଡ଼ିଶାକୁ ୧୦୫୯୯ କୋଟି

Feb 3, 2025 - 21:01
 81
ରେଲୱେରେ ଓଡ଼ିଶାକୁ ୧୦୫୯୯ କୋଟି

ଭୁବନେଶ୍ୱର: କେନ୍ଦ୍ର ବଜେଟ୍‌ରେ ରେଳବାଇ ବିକାଶ ପାଇଁ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର ହୋଇଛି। ଏହି ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ମନ୍ତ୍ରୀ କହିଲେ ଯେ, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି। ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ। ରାଜ୍ୟରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି ଓ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ରାଜ୍ୟରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ଶେଷ ହୋଇଛି।