ମାର୍ଚ୍ଚ ୧୧ରୁ ଓଡ଼ିଶାରେ ବଢ଼ିବ ତାତି

Mar 9, 2024 - 22:57
 7

ଭୁବନେଶ୍ୱର: ମାର୍ଚ୍ଚ ୧୧ ତାରିଖରୁ ଓଡ଼ିଶାରେ ବଢ଼ିବ ତାପମାତ୍ରା। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ରବିବାର ସକାଳ ୮ଟା ଯାଏଁ କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ଦୁଇ ଦିନ ହେବ ହାଲୁକା ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି।