ଓଡ଼ିଶାରେ ମାର୍ଚ୍ଚ ୧୯ ଓ ୨୦ ରେ ଭାରି ବର୍ଷା ଓ ବଜ୍ରପାରେ ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାରେ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ଭାରି ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ମାର୍ଚ୍ଚ ୧୯ ରେ କଟକ, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା ଓ ବାନଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ମାର୍ଚ୍ଚ ୨୦ ରେ ଖୋର୍ଦ୍ଧା, କଟକ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ସହ ବଜ୍ରପାତ ଓ କୁଆପଥର ବର୍ଷା ହୋଇପାରେ। ପ୍ରଭାବରେ ୨ରୁ ୪ ଡିଗ୍ରୀ ଯାଏ କମିବ ତାତି। କିଛି ସ୍ଥାନରେ ୩୯ ଡିଗ୍ରୀ ଯାଏ ରହିପାରେ ତାପମାତ୍ରା।