ଓଡ଼ିଶାରେ ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ତାତି ଅନୁଭୁତ ହେବ। ଏପ୍ରିଲ ୨୭ ଓ ୨୮ ରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୁତ ହେବା ସମ୍ଭାବନା ରହିଛି। କିଛି ସ୍ଥାନରେ ୪୫ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା। ଆଗାମୀ ୨୪ ଘଣ୍ଟା ଯାଏଁ ୧୭ ଜିଲ୍ଲା ପାଇଁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ।