କାଲି ଆଶ୍ୱସ୍ତି, ଆଜି ବଢିଲା ତାତି

May 2, 2024 - 21:37
 57

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ଗତକାଲି ସନ୍ଧ୍ୟାରୁ ହ୍ରାସ ପାଇଥିଲା ତାପମାତ୍ରା। ହେଲେ ଆଜି ସକାଳୁ ପୁଣି ଉପରମୁହାଁ ରହିଛି ପାରଦ। ସାଢ଼େ୮ଟା ସୁଦ୍ଧା ୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣାରେ ୩୬.୨, ବଲାଙ୍ଗିରରେ ୩୫.୪, ମାଲକାନଗିରିରେ ୩୫ ଝାରସୁଗୁଡ଼ାରେ ୩୪.୮, ବାଲେଶ୍ବରରେ ୩୪.୬ ଓ ରାଉରକେଲାରେ ୩୪.୪ ତାପମାତ୍ରା ରେକର୍ଡ କରାଯାଇଛି।