ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ର ଆଲୋଚନାଚକ୍ର ଅନୁଷ୍ଠିତ

Jul 14, 2023 - 04:30
Aug 24, 2023 - 14:55
 45
ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ର ଆଲୋଚନାଚକ୍ର ଅନୁଷ୍ଠିତ

କଟକ: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ର ଏକ ଆଲୋଚନା ଚକ୍ର ବ୍ରହ୍ମପୁର ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଜମି ବାଡ଼ି ବିକ୍ରି ଓ ହସ୍ତାନ୍ତର ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକ ପ୍ରମାଣପତ୍ର ହୋଇଥିବା ବେଳେ ପ୍ରମାଣ ପତ୍ର ରେ ହେଉଥିବା ଜାଲିଆତି ବିଶେଷ କରି ତଦନ୍ତ ବେଳେ ଅଧିକାରୀମାନେ କ୍ଷେତ୍ର କୁ ନ ଯାଇ ସ୍ଥାନୀୟ ଦଲାଲ୍ ଙ୍କ ଦ୍ଵାରା ମିଥ୍ୟା ତଥ୍ୟ ନେଇ ପ୍ରମାଣ ପତ୍ର ପ୍ରସ୍ତୁତ କରୁଛନ୍ତି।ଏହା ଦ୍ବାରା ବିଶେଷକରି ଝିଅ, ଭଉଣୀ ଓ ବିଧବା ବୋହୂ ମାନେ ସେମାନଙ୍କ ସମ୍ପତ୍ତି ଗତ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଉକ୍ତ ବିଷୟ କୁ ଗୁରୁତର ଭାବେ ନେଇ ଆଗାମୀ ଦିନରେ ରେ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟିଆକର୍ଷଣ କରିବା ନିମନ୍ତେ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ନିଷ୍ପତି ନେଇଛନ୍ତି। ଆଲୋଚନା ଚକ୍ର ରେ ସମ୍ପାଦକ ଭାଗବତ ପତି,ଉପସଭାପତି ଚିତ୍ତରଂଜନ ବାରିକ୍,ଆବାହକ ଶ୍ରୀ ଲକ୍ଷ୍ମଣ ଦିକ୍ଷୀତ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।