ଓଡ଼ିଶାରେ ନିଯୁକ୍ତି ପାଇବେ ୨୦୦୦୦ ଶିକ୍ଷକ

ଭୁବନେଶ୍ୱର: ଓଡ଼ିଶାରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓସେପା ୱେବସାଇଟ୍ ରେ ପ୍ରକାଶ ପାଇଛି ବିଜ୍ଞପ୍ତି। ସେପ୍ଟେମ୍ବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୦ ରେ ଶେଷ ହେବ। ସମ୍ପୂର୍ଣ୍ଣ ଅନଲାଇନ୍ ରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମୋଡ୍ ରେ ହେବ ପ୍ରାଥମିକ ଶିକ୍ଷକ ପରୀକ୍ଷା।