କରମଣ୍ଡଳ ଦୁର୍ଘଟଣା ୫୧ ଘଣ୍ଟା ପରେ ଟ୍ରାକ୍ ରେ ଗଡ଼ିଲା ଟ୍ରେନ୍

ବାଲେଶ୍ଵର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ର ୫୧ ଘଣ୍ଟା ପରେ ଟ୍ରାକ୍ ମରାମତି କାମ ଶେଷ ହୋଇଛି। ପ୍ରଥମେ ଡାଉନ୍ ଲାଇନ୍ ଓ ପରେ ଅପ୍ ଲାଇନ୍ ମରାମତି କାର୍ଯ୍ୟ ଶେଷ ହୋଇଛି। ଉଭୟ ଲାଇନ୍ ରେ ପରୀକ୍ଷାମୂକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍। ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣା ଯୋଗୁ ଆଜି ଆଉ ୨ଟି ଟ୍ରେନ୍ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥଧାମ୍ ଏକ୍ସପ୍ରେସ୍ ଟ୍ରେନ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରାଯାଇଛି।