କୁଆଖାଇରୁ ମିଳିଲା ଆଉ ୨ ମୃତଦେହ

Jul 12, 2023 - 05:42
Aug 24, 2023 - 14:40
 6
କୁଆଖାଇରୁ ମିଳିଲା ଆଉ ୨ ମୃତଦେହ

କଟକ : କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା ରେ ସମସ୍ତ ୪ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲିଠୁ ଖୋଜାଖୋଜି ପରେ ଆଜି ଆଉ ୨ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧଳାବାହାର ନିକଟ କୁଆଖାଇରେ ୪ ଜଣ ଯୁବକ ଗାଧେଇଲା ବେଳେ ବୁଡି ଯାଇଥିଲେ । ମୃତକ ଅଟଳା ନିକଟରେ ଥିବା ଆସ୍ଥା କଲେଜର ଛାତ୍ର ବୋଲି ଜଣାପଡିଛି ।