ପବିତ୍ର ନୁଆଖାଇ ପାଳନ ଅବସରରେ ହରିଦ୍ଵାର ଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଆଲୋଚନାଚକ୍ର

ଭୁବନେଶ୍ୱର ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପାଖରେ ଅବସ୍ଥିତ ସାମ୍ବାଦିକ ବୁଳନ ଭାଈ ସଦନ ସଭାଗୃହ ଠାରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ଵାରର ଉପସଭାପତି କନକଲତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍କଳ ପ୍ରଦେଶ ବିକାଶ ପରିଷଦ, ସର୍ବ ବ୍ରାହ୍ମଣ ମହାସଭା ଏବଂ ବରିଷ୍ଠ ନାଗରିକ ସଂଘ ମାନଙ୍କର ମିଳିତ ଆନୁକୁଲ୍ୟରେ ପବିତ୍ର ନୂଆଖାଇ ପର୍ବ ପାଳନ କରାଯିବା ସହିତ ହରିଦ୍ଵାର ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ଦିଗର ପ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଥମେ ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ମଞ୍ଚାସୀନ ଅତିଥିବୃନ୍ଦ ଓ ଆସିଥିବା ଅନ୍ୟ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ବୈଠକ ସମନ୍ଧରେ ସମସ୍ତଙ୍କୁ ସୂଚନା ଦେଇଥିଲେ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାରର ମ୍ୟାନେଜିଂ ଟ୍ରଷ୍ଟୀ ଇଁ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଜ୍ଞାପନ କରିଥିଲେ । ପରେ ପରେ ହରିଦ୍ଵାର ରେ ନିର୍ମାଣ କରାଯାଉ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ବର୍ତମାନ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉଗ୍ରସେନ ସାହୁ ଅମିୟ ଦ୍ୱିବେଦୀ, ଗୌରୀ ଶଙ୍କର ପଟ୍ଟନାୟକ ସୋମନାଥ ସାହୁ, ସୁଶ୍ରୀ ବାସନ୍ତୀ ତ୍ରିପାଠୀ ସହ ସମ୍ପାଦକ ସୋମନାଥ ସାହୁ ଓ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ । ଏହି ସଭାକୁ ସମ୍ବୋଧିତ କରି ଆଦ୍ୟାଶକ୍ତି ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ସର୍ବ ବ୍ରାହ୍ମଣ ମହାସଭା (ଓଡ଼ିଶା ପ୍ରଦେଶ ଶାଖାର ମହାସଚିବ) ଡ: ନାରାୟଣ ମହାପାତ୍ର ଅର୍ଥନୈତିକ ସ୍ବଚ୍ଛତା ନିମନ୍ତେ ଏକ କୋର କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ କରତାଳି ମାଧ୍ୟମରେ ଏହି ପ୍ରସ୍ତାବ ଟି ଗୃହୀତ ହୋଇଥିଲା। ଉତ୍କଳ ପ୍ରଦେଶ ବିକାଶ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁବଳ ବେହେରା ଉପସ୍ଥିତ ବନ୍ଧୁ ମାନଙ୍କୁ ନୂଆଖାଇ ଜୁହାର ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ନିର୍ମାଣାଧିନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା ।