ଚନ୍ଦ୍ର ରେ ଗଜାନନ, ଟି. ଏନ. ଟି. ରେ ଉତ୍ସବ ପାଳନ

Sep 20, 2023 - 14:57
Sep 20, 2023 - 14:57
 6
ଚନ୍ଦ୍ର ରେ ଗଜାନନ, ଟି. ଏନ. ଟି. ରେ ଉତ୍ସବ ପାଳନ

ବ୍ରହ୍ମପୁର :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ତଥା ଓଡ଼ିଶା ର ଅଗ୍ରଣି ଶିକ୍ଷାନୁଷ୍ଠାନ ଟି. ଏନ. ଟି. ରେ ଗଣପତି ଙ୍କ ଜନ୍ମ ଉତ୍ସବ ଅତ୍ୟନ୍ତ ଧୁମଧାମ ରେ ପାଳିତ ହୋଇଛି। ପ୍ରତ୍ୟେକ ଥର ଭଳି ଏହି ବର୍ଷ ମଧ୍ୟ କିଛି ଅଲଗା କରିବା ଆଶାରେ ଭାରତର ଚନ୍ଦ୍ରଯାନ 3 ମିଶନ ର ସଫଳତା କୁ ପାଳନ କରିବା ପାଇଁ ଚନ୍ଦ୍ରଯାନ ସହ ଗଣପତି ଗଣେଶଙ୍କ ମିଶ୍ରଣ ଜନମାନସ ରେ ସୃଷ୍ଠି କରିଛି ଏକ ପବ୍ରିତ ପରିବେଶ।ବିଜ୍ଞାନ ସହିତ ଭଗବାନଙ୍କ ଅପୂର୍ବ ମିଶ୍ରଣ ଏକ ନୂତନ ଦିଗ ସୃଷ୍ଠି କରିବ ବୋଲି ମତ ପୋଷଣ କରିଛନ୍ତି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ଵିବେଦି । ଉକ୍ତ ଅବସରରେ ଶତାଧିକ ଛାତ୍ରଛାତ୍ରୀ , ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଜନସାଧାରଣ ଉପସ୍ଥିତ ରହି ଅଗ୍ର ପୂଜ୍ୟ ଗଣେଶ ଙ୍କର ଆଶୀର୍ବାଦ କାମନା କରିଥିଲେ ।ସାମ୍ପ୍ରଦିକ ସମୟରେ ଟି. ଏନ. ଟି. ଭଳି ତତ୍ଵ ଜଡ଼ିତ ଗଣେଶ ଆୟୋଜନ ର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲ ରୁ ବାର୍ତ୍ତା ଆସିଛି।