ମାନବ ସେବାରେ "ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ କ୍ୟାନ୍ସର ଫାଉଣ୍ଡେସନ୍ ଚାରିଟେବୁଲ ଟ୍ରଷ୍ଟ"

କଟକ : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ "ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ କ୍ୟାନ୍ସର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶିଶୁ କର୍କଟ ରୋଗୀଙ୍କ ସେବା ସହ କର୍କଟ ରୋଗ ଉପରେ ସଚେତନତା,ରୋଗୀ ନିରୂପଣ ଶିବିର ଅୟୋଜନ ଏବଂ ବହୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ସେମାନଙ୍କୁ ଓଡ଼ିଶା ବାହାରେ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରାଉଛନ୍ତି । ଟ୍ରଷ୍ଟ ଦ୍ଵାରା କର୍କଟ ପୀଡ଼ିତ ଶିଶୁ ମାନଂକୁ ତାଙ୍କର ମନୋବଳ ସୁଦୃଢ଼ ସହ ନ୍ୟୁଟ୍ରେସନ୍ ଫୁଡ୍(ପୋଷଣ ଖାଦ୍ୟ) ତଥା ଯଥା ସମ୍ଭବ ଆର୍ଥିକ ସହାୟତା ଦିଆ ଯାଉଛି । ଟ୍ରଷ୍ଟ ସଂପାଦକ ସଫ୍ଟୱେୟାର ଇଞ୍ଜିନିୟର ତଥା ରକ୍ତଦାତା ଗୋପାଳ କୃଷ୍ଣ ଦାସ ଓ ସମସ୍ତ କାର୍ଯ୍ୟକର୍ତ୍ତା ବର୍ଗ ଅସହାୟ ଲୋକମାନଙ୍କ ସେବା,ବାଳାଶ୍ରମ - ଜରାଶ୍ରମ ମାନଙ୍କରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ, ଖାଦ୍ୟ ବଣ୍ଟନ,ରକ୍ତଦାନ ଶିବିର ଆୟୋଜନ,ନିୟମିତ କଟକ ତଥା ବିଭିନ୍ନ ସ୍ଥାନରେ ଥିବା ଚିକିତ୍ସାଳୟ ରୋଗୀକୁ ରକ୍ତ ଯୋଗାଇବା (ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା,ଫନି ଆଦି ଅନେକ ଦୁଃ ସମୟରେ ଜରୁରୀ ସେବା ପ୍ରଦାନ),ପର୍ବପର୍ବାଣୀ ପାଳନ, ସାହିତ୍ୟ ସଂସ୍କୃତିର ବିକାଶ ପୂଜ୍ୟପୂଜା ଆଦି ବହୁବିଧ ସେବାକାର୍ଯ୍ୟରେ ନିମଗ୍ନ । ଭୁବନେଶ୍ବର ଶିଯୁଆ ଠାରେ ଏକ ସେଲ୍ଟର୍ ହୋମ୍ ଜରୀଆରେ ଅସହାୟ ଶିଶୁ କର୍କଟ ରୋଗୀ ଓ ତାଙ୍କ ଆଟେଣ୍ଡାଣ୍ଟ ମାନଂକୁ ମାଗଣାରେ ରବିବାର ବ୍ୟବସ୍ଥା କରାଯାଇଛି । ଟ୍ରଷ୍ଟର ଏପରି ମାନନୀୟ କାର୍ଯ୍ୟ ସମଗ୍ର ମାନବ ସମାଜକୁ ପ୍ରେରଣା ଯୋଗାଇବ ଏତିକି ଆଶାବାଦୀ ।