ସହିଦ ସୁଶାନ୍ତଙ୍କୁ ଶେଷ ସମ୍ମାନ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

Aug 12, 2023 - 17:38
Aug 28, 2023 - 14:28
 55
ସହିଦ ସୁଶାନ୍ତଙ୍କୁ ଶେଷ ସମ୍ମାନ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର : ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମମାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଶେଷକୃତ୍ୟ କରାଯାଇଛି । ସହିଦଙ୍କ ପାର୍ଥିବ ଶରୀର ଆଜି ଗାଁରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ହଜାର ହଜାର ଜନତାଙ୍କ 'ବୀର ଯବାନ ସୁଶାନ୍ତ ଅମର ରହେ' ଧ୍ୱନୀରେ ପ୍ରକଂମିତ ହୋଇଥିଲା ସାରା ପରିବେଶ । ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଶ୍ମଶାନ ନିଆଯିବା ପରେ ସେଠାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗନ୍ ସାଲ୍ୟୁଟ ଦିଆଯାଇଥିଲା । ଶେଷଦର୍ଶନ କରିଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।