ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନୀକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନୀକଟରେ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତି ଟ୍ରେନରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଏସମ୍ପର୍କରେ ସୂଚନା ପାଇବା ପରେ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଂଚିଥିଲା । ଯାହାପରେ ୧୦୮ ଆମ୍ବୁଲାନ୍ସ ଇଏମଟି ତାପସ ରଞ୍ଜନ ବେହେରା, ଡ୍ରାଇଭର କାହ୍ନୁ ଚରଣ ବାରିକ ଏବଂ ଆଟେଡାଂଟ ପ୍ରଦୀପ ମଲ୍ଲିକ ଆହତ ବ୍ୟକ୍ତିଙ୍କୁ ଟ୍ରେନ ଟ୍ରାକ ନୀକଟରୁ ଉଠାଇ ଆଣି ଆଶୁ ଚିକିତ୍ସା ପାଇଁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆହତଙ୍କୁ ପୁଣି ଆଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିବା ସହିତ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରିଛନ୍ତି । ବର୍ତମାନ ଆହତଜଣଙ୍କ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି