ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଓଡ଼ିଶା ମତ୍ସ୍ୟ ସେବା ସଂଘ ତରଫରୁ ୯ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର, ତା-୮.୬.୨୦୨୩
ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଆଜି ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନଅ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ଦେବାନନ୍ଦ ଭଞ୍ଜ, ଉପ ସଭାପତି ସୁବ୍ରତ ଦାଶ, ସାଧାରଣ ସଂପାଦକ ମଧୁମୟ ସାମଲ, ଯୁଗ୍ମ ସଂପାଦକ ଅମିତ କୁମାର ପାଢ଼ୀ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ମମତା ମହାପାତ୍ରଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ଏହି ସମୟରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ ।