ରାପିଡୋ, ଓଲା ଓ ଉବେର ନାଁରେ ଏତଲା
ଭୁବନେଶ୍ୱର: ରାପିଡୋ, ଓଲା ଓ ଉବେର ନାଁରେ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦେଲେ ଆରଟିଓ-୧ ଅଧିକାରୀ। ଭୁବନେଶ୍ୱରରେ ବେଆଇନ ଗାଡ଼ି ଚଳାଇବା ଅଭିଯୋଗ ହୋଇଛି। ବିନା ଏଗ୍ରିଗେଟର ଲାଇସେନ୍ସରେ ଗାଡ଼ି ଚଳାଉଥିବା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଏତଳାରେ ଉଲ୍ଲେଖ ରହିଛି।