ଓଡ଼ିଶାରେ ଲାଗୁ ହେବ ଅନ୍ତୋଦ୍ୟୟ ଗୃହ ଯୋଜନା
ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେବ ଅନ୍ତୋଦ୍ୟୟ ଗୃହ ଯୋଜନା। ଅନ୍ତୋଦ୍ୟୟ ଗୃହ ଯୋଜନାରେ ଲୋକଙ୍କୁ ମିଳିବ ପକ୍କା ଘର। ଏନେଇ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଏହି ଯୋଜନାରେ ଘର ଦିଆଯିବ। ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ମିଳିବ ଆର୍ଥିକ ସହାୟତା। ୩ ବର୍ଷ ମଧ୍ୟରେ ୨ଲକ୍ଷ ୫୦ ହଜାର ଘର ପ୍ରଦାନ କରାଯିବ। ମୋଟ୍ ୧୧ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳ ଭଣ୍ଡାର ବାମ ପଟେ ନିର୍ମାଣ ହେବ ସ୍ପିଲ ୱେ ଓ ରାଜ୍ୟର ୩୧୪ ବ୍ଲକ୍ ରେ ହେବ ଷ୍ଟାଡିୟମ୍। ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ ଓ ଖୋ ଖୋ ଖେଳର ଉନ୍ନତି ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୪୧୨୬ କୋଟି ଟଙ୍କା।