ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି
ଭୁବନେଶ୍ୱର: ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି। ସିଏମ୍ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଦୀର୍ଘ ଦିନ ଧରି ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି। ସେଥିପାଇଁ ଜନଶୁଣାଣିରେ ସମାନ ଅଭିଯୋଗ ବାରମ୍ବାର ଆସୁଛି। ଯେଉଁ ଅଧିକାରୀ ଅବହେଳା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ କରାଯାଇଛି।