ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମୃତ

Dec 30, 2023 - 17:54
 32

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଡଙ୍ଗାରେ ଥିବା ଆଉ ଦୁଇ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଆଜି ଭୋର୍ ସମୟରେ ମାଛ ଧରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ।