ଓଡ଼ିଶାରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ

Dec 30, 2023 - 17:52
 108

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ COVID ମାମଲା ୧୪ କୁ ବୃଦ୍ଧି ପାଇଛି | ୧୪ ଜଣ ରୋଗୀଙ୍କ ମଧ୍ୟରେ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ରାଜ୍ୟରେ ୧୩ ଟି ସକ୍ରିୟ ମାମଲା ରହିଛି। ଜିରୋ ନାଇଟ୍ ଓ ନୂତନ ବର୍ଷ ଦିନ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।