ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ: ଆଜି ପବିତ୍ର ଅଁଳା ନବମୀ ଅବସରରେ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ବ୍ୟାରିକେଡ ଦେଇ ଧାଡ଼ିରେ ଦର୍ଶନ କରୁଛନ୍ତି ଭକ୍ତ। ବର୍ଷକରେ ଥରେ ଶ୍ରୀ ରାଧାଙ୍କ ଓଡ଼ିଆଣୀ ବେଶ କରଯାଇଛି। ରାଧା ପାଦ ସ୍ପର୍ଶ ଉପରେ ଲଗାଯାଇଛି କଟକଣା। ଆଜିର ଦିନରେ ରାଧା ପାଦ ଦର୍ଶନ କଲେ ମହାପୂର୍ଣ୍ଣ ମିଳିଥାଏ।