ମିଶନ ଆଶ୍ରା ର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡା, ତାରିଖ-୨୪/୧୧/୧୦୨୩
ଜିଲ୍ଲା ପ୍ରଶାସନ ଓ ପିପୁଲସ ଫୋରମର ମିଳିତ ଉଦ୍ୟମରେ ପରିଚାଳିତ ମାନସିକ ବିକାର ଗ୍ରସ୍ତ ଓ ଅସହାୟ ମହିଳାଙ୍କର ଥଇଥାନ କେନ୍ଦ୍ର ମିଶନ ଆଶ୍ରା ରେ ଆଜି ଏହାର ସପ୍ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଥିଲା। ଏହି ଉତ୍ସବ ରେ ପିପୁଲସ ଫୋରମ ର ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର, ସହକାରୀ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେଠି, ଓ ପିପୁଲସ ଫୋରମ ର ଅନ୍ୟାନ୍ୟ ଥଇଥାନ କେନ୍ଦ୍ର ଗୁଡିକରୁ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅନ୍ତେବାସୀନି ମାନେ କେକ କାଟି ଏହି ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ।
ଏବେ ଏହି କେନ୍ଦ୍ରରେ ୧୩୨ ଜଣ ଅନ୍ତେବାସିନୀ ଚିକିଶ୍ଚିତ ହେଉଛନ୍ତି। ସେମାନଙ୍କୁ ଭଲକରି ସମାଜର ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ ଚିକିତ୍ସା, ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ସହିତ ବିଭିର୍ଣ ଧନ୍ଦା ମୁଳକ କାର୍ଯ୍ୟ, ଯୋଗ ବିଷୟରେ ତାଲିମ ଦିଆ ଯାଇଥାଏ ଯାହାକି ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ରେ ଉର୍ଣ୍ଣତି ଆଣିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପିପୁଲସ ଫୋରମ ସଦା ସର୍ବଦା ନିଜର ପ୍ରୟାସ ଜାରି ରଖିଛି।