୩ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ **ପ୍ରଦର୍ଶନୀ ର ଆବଧି ତିନି ଦିନ ବୃଦ୍ଧି

Feb 6, 2024 - 19:00
 7
୩ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ **ପ୍ରଦର୍ଶନୀ ର ଆବଧି ତିନି ଦିନ ବୃଦ୍ଧି

ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ତେବେ ଏଠାରେ ଚାଲିଥିବା ପ୍ରଦର୍ଶନୀର ଅବଧିକୁ ଆଉ ତିନି ଦିନ ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଯାପନୀ କାର୍ଯ୍ୟକ୍ରମ ଅବସରରେ ଘୋଷଣା କରିଛନ୍ତି। 

ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍ପତ୍ତି ଓ କ୍ରମବିକାଶ ସହିତ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଏକ ବିଶାଳ ପ୍ରଦର୍ଶନୀ କରାଯାଇଥିଲା। ଏହାକୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ତିନୋଟି ଭାଗରେ ବିଭକ୍ତ କରି ଏଥିରେ ବିଭିନ୍ନ ବିରଳ ଐତିହାସିକ ଜିନିଷ ପ୍ରଦର୍ଶନ କରାଯାଉଛି। 

ଏହି ପ୍ରଦର୍ଶନୀ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ କିପରି ଅଧିକ ଲୋକ ଏହାକୁ ଦେଖିବାର ସୁଯୋଗ ପାଇବେ ସେଥିପାଇଁ ପ୍ରଦର୍ଶନୀକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ। ତେବେ ଭାଷା ସମ୍ମିଳନୀରେ ଚାଲିଥିବା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି।