ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ସେବାୟତ ଗିରଫ

Feb 21, 2024 - 18:20
 51

ଭୁବନେଶ୍ୱର: ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସେବାୟତ ଗିରଫ ହୋଇଛନ୍ତି। ଲିଙ୍ଗରାଜ ମନ୍ଦିର ବାହାରେ ଘଟିଛି ଏହି ଘଟଣା। ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବା ଆଳରେ କୁନ୍ଦନ ମହାପାତ୍ର ଅସଦାଚରଣ କରିଥିବା ଜଣାପଡ଼ିଛି। ଲିଙ୍ଗରାଜ ଥାନା ପୋଲିସ୍ ଦ୍ଵାରା ଅଭିଯୁକ୍ତ ଗିରଫ ହୋଇଛନ୍ତି।