ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁତୟନ ହେବେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ୍ ଫୋର୍ସ

May 23, 2024 - 17:37
 9

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ମୁତୟନ ହେବେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ପୋଲିସ୍ ଫୋର୍ସ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ ଓ ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ପୋଲିଂ ଷ୍ଟେସନ ଓ ୨ ହଜାର ମଡେଲ ବୁଥ୍‌ ରହିଛି। ୪୮ ଲକ୍ଷରୁ ଊର୍ଦ୍ଧ୍ବ ପୁରୁଷ ଓ ୪୬ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଭୋଟର ଅଛନ୍ତି। ୨୦% କ୍ରିଟିକାଲ ପୋଲିଂ ଷ୍ଟେସନ ଚିହ୍ନଟ କରାଯାଇଛି।