କୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

May 31, 2024 - 00:17
 9
କୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ନୂଆପଡ଼ା (ଗଣେଶ ଚନ୍ଦ୍ର ବାଗ) ଗାଁ ମାନଙ୍କରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର କୁ ପ୍ରଭାବ ଲୋକଙ୍କ ଉପରକୁ ଯାଉଛି। ଏବଂ ଏହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଁଟପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଛୋଟଦର୍ଲିପଡ଼ାରେ ସୂଚନା ଅନୁଯାୟୀ ଆଜକୁ ଅନେକ ଦିନ ହେବ ବୁଲା କୁକୁର ମାନେ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କୁ ତାଙ୍କ ଶିକାର କରୁଛନ୍ତି। ଏବଂ ଅତି ନିର୍ମମ ଭାବରେ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିବା ଦେଖିବାକୁ ମିଳିଛି। ଠିକ୍ ସେହି ଭଳି ନିଜ ଘର ଆଗରେ ଛୋଟଦର୍ଲିପଡ଼ା ଗାଁର ଶରତ ଶୁନାନୀଙ୍କ ପୁଅ ଶାହିଲ ଶୁନାନୀ ବୟସ (୩) ଠିକ ସେହି ଭଳି ସେହି ଗାଁର ରିଖିରାମ ଜଗତ ବୟସ (୭୦) ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଉଭୟେ ଶିଶୁ ଓ ବୃଦ୍ଧଙ୍କ ଶରୀର ର ଅନେକ ସ୍ଥାନରେ ଆଘାତ ଲାଗିବା ରହିଛି। ବର୍ତ୍ତମାନ୍ ମଧ୍ୟ ସେହି ଗାଁରେ କୁକୁର ମାନଙ୍କ ଭୟ ଲାଗି ରହିଥିବା ଅଭଯୋଗ କରିଛନ୍ତି। ଗାଁ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି,ଅତି ଶୀଘ୍ର କୌଣସି ଏକ ପଦକ୍ଷେପ ଗ୍ରହଣ କରିବା ପାଇଁ।