ପିସିସି ସଭାପତି ଦୌଡ଼କୁ ଆସିଲେ ପୂର୍ବତନ ସାଂସଦ ଅନନ୍ତ ସେଠୀ
ଭୁବନେଶ୍ୱର: ପିସିସି ସଭାପତି ଦୌଡ଼କୁ ଆସିଲେ ପୂର୍ବତନ ସାଂସଦ ଅନନ୍ତ ସେଠୀ । ଜଣେ ଦଳିତ ବର୍ଗର ସଭାପତି କରିବାକୁ ଚାହୁଁଛି ଏଆଇସିସି । ପୂର୍ବରୁ ପରୀକ୍ଷିତ ହୋଇସାରିଛନ୍ତି ଜୟଦେବ ଜେନା । ଥରେ କାର୍ଯ୍ୟକାରୀ ସଭାପତି ଓ ଦୁଇ ଥର ପ୍ରଚାର କମିଟି ଅଧ୍ୟକ୍ଷ ହୋଇ ସାରିଛନ୍ତି ଭକ୍ତ ଚରଣ ଦାସ । ଗତ ନିର୍ବାଚନରେ ପ୍ରଚଣ୍ଡ ବିଜେଡ଼ି ବିରୋଧୀ ହାୱା , ବିଜେପି ସପକ୍ଷବାଦୀ ବାତାବରଣ ସତ୍ତ୍ୱେ ଭଦ୍ରକ ଲୋକସଭାରେ କଂଗ୍ରେସର ପୂର୍ବ ଭୋଟ ହାର ବଜାୟ ରଖି ଥିଲେ । ଶ୍ରୀ ସେଠୀଙ୍କ ସହ ଏ ନେଇ ପ୍ରାଥମିକ ଆଲୋଚନା ହୋଇଥିବା ଦିଲ୍ଲୀ ସୂତ୍ରରୁ ପ୍ରକାଶ।