ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

Aug 1, 2024 - 19:31
 68
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ । ମେ ୧ରୁ କୁମ୍ଭୀର ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆକର୍ଷଣ ରହିବ ନବନିର୍ମିତ ସ୍କାଏ ୱାକ୍ ବା ୱାକ୍ ୱେ। ଡଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର ଠାରେ କାଠରେ ତିଆରି ହୋଇଥିବା ଏହି ୬୦୦ ମିଟର ୱାକ୍ ୱେ ରେ ଗୋଟିଏ ଥରରେ ୨୦ ଜଣ ପର୍ଯ୍ୟଟକଙ୍କୁ ଛଡ଼ାଯିବ।