ତନୈରା’ର ନୂଆ ଷ୍ଟୋର୍‌ ଏବେ ରାଉରକେଲାରେ

Jul 6, 2024 - 23:44
 45
ତନୈରା’ର ନୂଆ ଷ୍ଟୋର୍‌ ଏବେ ରାଉରକେଲାରେ

ରାଉରକେଲା: ସୁପ୍ରତିଷ୍ଠିତ ‘ଟାଟା କମ୍ପାନି’ର ଅଂଶବିଶେଷ ‘ତନୈରା’ର ନୂଆ ଷ୍ଟୋର ରାଉରକେଲାରେ ଖୋଲିଛି। ଶୁକ୍ରବାର ପୂର୍ବାହ୍ନରେ ଡେଲିମାର୍କେଟ୍‌ରେ ‘ତନୈରା’ର ନୂଆ ଷ୍ଟୋର୍‌ ଉନ୍ମୋଚିତ ହୋଇଛି। ଏଠାରେ ବିଭିନ୍ନ ମୂଲ୍ୟର ତଥା ଅତ୍ୟାଧୁନିକ ଡିଜାଇନ୍‌ର ଶାଢ଼ୀ, ବ୍ଲାଉଜ୍‌, କୁର୍ତ୍ତାସେଟ୍‌ ଉପଲବ୍ଧ ଅଛି। ବିଶେଷକରି ସଂପୂର୍ଣ୍ଣ ରେଶମ ଓ କଟନ୍‌ରେ ତିଆରି ଶାଢ଼ୀ, ଯଥା-ଇକତ, ସମ୍ବଲପୁରୀ, ଟସର, ବନାରଶୀ, କାଞ୍ଜିବରମ, ସାଉଥ୍‌ ସିଲ୍କ, ଜାମଦାନୀ, ଭେଗାନ କଲେକ୍ସନ, ଚାନ୍ଦେରୀ, ମାହଶ୍ବେରୀ ଆଦି ଷ୍ଟୋର୍‌ରେ ରହିଛି। ଶୁଭାରମ୍ଭ ଉପଲକ୍ଷେ କମ୍ପାନି ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ପ୍ରତ୍ୟେକ କ୍ରୟ ଉପରେ ସ୍ବର୍ଣ୍ଣ ମୁଦ୍ରା ଓ ଅନ୍ୟାନ୍ୟ ମନଲୋଭା ପୁରସ୍କାର ରଖାଯାଇଛି। ‌ଏହି ଷ୍ଟୋର୍‌କୁ ଶୁଭାରମ୍ଭ କରି କମ୍ପାନିର ସିଇଓ ଅମ୍ବୁଜ ନାରାୟଣ କହିଲେ, ଓଡ଼ିଶାର ଚତୁର୍ଥ ତଥା ରାଉରକେଲାରେ ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ ହୋଇଯାଇଛି।