ଭୁବନେଶ୍ବରରେ ଦବିଲା ଜାତୀୟ ରାଜପଥ

Jul 8, 2024 - 19:53
 57
ଭୁବନେଶ୍ବରରେ ଦବିଲା ଜାତୀୟ ରାଜପଥ

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମା ଛକ ନିକଟରେ ଦବିଲା ଜାତୀୟ ରାଜପଥ। ରାସ୍ତା ଦବିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ୟସ୍ତବହୁଳ ଜାତୀୟ ରାଜପଥ ୧୬ ହଠାତ୍ ଦବିଯିବାରୁ ଏକ ମିନି ଟ୍ରକ୍ ର ଚକା ତିନି ଫୁଟ୍ ଗାତରେ ପଶିଯାଇଥିଲା। ଟ୍ରକ୍ ରେ ଥିବା ଦୁଇ ଜଣ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଜାତୀୟ ରାଜପଥ ଉଦ୍ଧାରକାରୀ ଦଳ କ୍ରେନ୍ ସାହାଯ୍ୟରେ ଟ୍ରକ୍ କୁ ଉଦ୍ଧାର କରିଛନ୍ତି।