ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର

Aug 12, 2024 - 23:23
 46
ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ବରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିଛନ୍ତି ମାନସିକଧାରୀ। ସେହିପରି କଟକ ଧବଳେଶ୍ଵର ପୀଠରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି। ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ପୀଠ, ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସରେ ଥିବା ମହାଦେବଙ୍କ ମନ୍ଦିରରେ ମଧ୍ୟ ଭକ୍ତ ଓ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।