ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ୫୦ ରୁ ଅଧିକ ଯାତ୍ରୀ ଓ ୧୫ ବାଇକ୍ ଥିଲେ। ପୁରୀ ଜିଲ୍ଲା ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକିଥିଲା ଜଣାପଡ଼ିଛି। ଆଉ ଏକ ଡଙ୍ଗା ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା।