ରାଷ୍ଟ୍ରୀୟ ଏକତା ଦିବସରେ ଏକତା ଦୌଡ
ଭୁବନେଶ୍ୱର: ଆଜି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆୟୋଜିତ ହୋଇଛି ଏକତା ଦୌଡ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ରେ 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ 'ରନ୍ ଫର୍ ୟୁନିଟି' ମାରାଥନ କଳିଙ୍ଗ ଷ୍ଟାଡିୟମ୍ ରି ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା।