ମାଈ ହାତୀର ମୃତଦେହ ଠାବ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କନ୍ତଲେଇ ଦାଢ଼ିଆସାହି ନିକଟରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କିପରି ହାତୀର ମୃତ୍ୟୁ ହେଲା ସ୍ପଷ୍ଟ ହୋଇପାରି ନାହିଁ। ହାତୀ ଦେହରେ କ୍ଷତ ଚିହ୍ନ ରହିଛି। ଦୁଇ ହାତୀଙ୍କ ମଧ୍ୟରେ ଲଢେ଼ଇରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।